ଆଜିର ଭାଗବତ ବାଣୀ

 


🕉ଆଜିର ଭାଗବତ ବାଣୀ🕉
କପିଳ ଭଗବାନ୍ କହୁଛନ୍ତି -
ବାୟୁଦ୍ବାରା ବାହିତ ଗନ୍ଧ ଯେପରି ତାହାର ଆଶ୍ରୟ ପୁଷ୍ପଠାରୁ ବାହାରି ଘ୍ରାଣେନ୍ଦ୍ରିୟରେ ପହଞ୍ଚିଯାଏ,ଭକ୍ତିଯୋଗରେ ତତ୍ପର ଓ ରାଗଦ୍ବେଷାଦି ବିକାରରହିତ ଚିତ୍ତ ସେହିପରି ପରମାତ୍ମାଙ୍କୁ ପାଇଯାଏ । ମୁଁ ଆତ୍ମାରୂପରେ ସର୍ବଦା ସବୁ ଜୀବଙ୍କ ଭିତରେ ରହିଛି, ତେଣୁ ଯେଉଁ ଲୋକ ସର୍ବଭୂତସ୍ଥିତ ପରମାତ୍ମାଙ୍କୁ ଅର୍ଥାତ୍ ମୋତେ ଅନାଦର କରି କେବଳ ପ୍ରତିମାରେ ହିଁ ମୋତେ ପୂଜା କରେ, ତାହାର ସେହି ପୂଜା କେବଳ ଆଡ଼ମ୍ବର ଭିନ୍ନ ଅନ୍ୟ କିଛି ନୁହେଁ । ମୁଁ ସମସ୍ତଙ୍କର ଆତ୍ମା ଓ ପରମେଶ୍ବର; ମୁଁ ସମସ୍ତଙ୍କ ଦେହରେ ରହିଛି । ଏପରି ସ୍ଥିତିରେ ଯେ ମୋହବଶ ହୋଇ, ମୋତେ ଉପେକ୍ଷା କରି କେବଳ ପ୍ରତିମାପୂଜାରେ ଲାଗିରହେ,ତାର ଉପାସନା କେବଳ ପାଉଁଶରେ ଆହୁତି ଦେବା ସଙ୍ଗେ ସମାନ । ଯେଉଁ ବିଭେଦଦର୍ଶୀ ଓ ଅଭିମାନୀ ପୁରୁଷ ଅନ୍ୟ ଜୀବମାନଙ୍କ ସଙ୍ଗେ ଶତ୍ରୁତା କରେ ଏବଂ ସେପରି କରି ସେମାନଙ୍କ ହୃଦୟରେ ବିରାଜମାନ ମୋ ପ୍ରତି ଅର୍ଥାତ୍ ପରମାତ୍ମାଙ୍କ ପ୍ରତି ଦ୍ବେଷ କରେ, ତାକୁ କଦାପି ମାନସିକ ଶାନ୍ତି ମିଳିପାରେ ନାହିଁ । ଯେଉଁ ଲୋକ ଅନ୍ୟ ଜୀବମାନଙ୍କୁ ଅପମାନିତ କରେ, ସେ ଛୋଟବଡ଼ ବିଭିନ୍ନ ସାମଗ୍ରୀରେ ନାନା ପ୍ରକାର ବିଧିବିଧାନ ସହିତ ମୋର ମୂର୍ତ୍ତିକୁ ପୂଜା କଲେ ମଧ୍ୟ ମୁଁ ତା'ଉପରେ ପ୍ରସନ୍ନ ହୁଏ ନାହିଁ ।



🙏🏻ଶ୍ରୀ ଜଗନ୍ନାଥ ଶରଣଂ🙏🏻


Comments

DevOdia

Lingaraj temple

ଆଜିର ଭାଗବତ ବାଣୀ

ଅଁଳା ନବମୀ