ଆଜିର ଭାଗବତ ବାଣୀ

 

💌ଆଜିର ଭାଗବତ ବାଣୀ💌
📝କପିଳ ଭଗବାନ୍ କହୁଛନ୍ତି :- ଯାହାଙ୍କର ଚିତ୍ତ ଏକମାତ୍ର ଭଗବାନଙ୍କ ଠାରେ ହିଁ ଅଭିନିବିଷ୍ଟ,ସେପରି ମନୁଷ୍ୟଙ୍କର ବେଦବିହିତ କର୍ମରେ ପ୍ରବୃତ୍ତ ହେଉଥିବା ଓ ବିଷୟଜ୍ଞାନ ଜାତ କରୁଥିବା ଉଭୟ କର୍ମେନ୍ଦ୍ରିୟ ଓ ଜ୍ଞାନେନ୍ଦ୍ରିୟ ସ୍ବାଭାବିକରୂପରେ ସତ୍ତ୍ବମୂର୍ତ୍ତି ଶ୍ରୀହରିଙ୍କ ଅଭିମୁଖୀ ହୋଇଯିବା ହିଁ ହେଉଛି ଅହୈତୁକୀ ଭକ୍ତି । ସେହି ଭକ୍ତି ହେଉଛି ମୁକ୍ତିଠାରୁ ମଧ୍ୟ ଶ୍ରେଷ୍ଠତର;କାରଣ ଜଠରାଗ୍ନି ଆମେ ଖାଉଥିବା ଖାଦ୍ୟକୁ ଜୀର୍ଣ୍ଣ କରିବା ପରି ସେହି ଭକ୍ତି କର୍ମ-ସଂସ୍କାରମାନଙ୍କର ଭଣ୍ଡାରରୂପ ଲିଙ୍ଗଶରୀରକୁ ତତ୍କାଳ ଭସ୍ମ କରିଦିଏ । ମୋର ପାଦସେବାରେ ପ୍ରୀତି ରଖିଥିବା ଏବଂ ମୋ ପ୍ରସନ୍ନତା ନିମନ୍ତେ ସକଳ କର୍ମ କରୁଥିବା ଭକ୍ତମାନେ ଏପରି ଭାଗ୍ୟବାନ ଯେ,ସେମାନେ ପରସ୍ପର ମଧ୍ୟରେ ମୋର ପରାକ୍ରମ ବିଷୟ ପ୍ରେମର ସହିତ ଚର୍ଚ୍ଚା କରନ୍ତି, ଅଥଚ ମୋ ସଙ୍ଗେ ଏକାକାର ହୋଇଯିବାକୁ ଅର୍ଥାତ୍ ସାଜୁଯ୍ୟ-ମୁକ୍ତି ପାଇବାକୁ ମଧ୍ୟ ଇଚ୍ଛା କରନ୍ତି ନାହିଁ ।

🔘ଶ୍ରୀ ଜଗନ୍ନାଥ ଶରଣଂ🔘

Comments

Post a Comment

DevOdia

Lingaraj temple

ଆଜିର ଭାଗବତ ବାଣୀ

ଅଁଳା ନବମୀ