ଆଜିର ଭାଗବତ ବାଣୀ

 

 

#ଭାଗବତ_ବାଣୀ-
କାହାକୁ କିଛି ଦେବି ବୋଲି କହିଥିବା କଥାକୁ ସ୍ବୀକାର କରିବା ହେଉଛି ସତ୍ୟ ଏବଂ ତାହା ଅସ୍ବୀକାର କରିବା ହେଉଛି ଅସତ୍ୟ । #ପୃଥିବୀମାତା_କହିଛନ୍ତି --- ଅସତ୍ୟଠାରୁ ବଡ଼ କୌଣସି ଅଧର୍ମ ନାହିଁ । ମୁଁ ସବୁକିଛି ସହିବାକୁ ସମର୍ଥ ; କିନ୍ତୁ ମିଥ୍ୟାବାଦୀ ମନୁଷ୍ୟର ଭାର ସହିପାରିବି ନାହିଁ ।
#ଗୀତା_ଜ୍ଞାନ-
ସାତ୍ତ୍ଵିକ ବୁଦ୍ଧିଯୁକ୍ତ , ବୈରାଗ୍ୟର ଆଶ୍ରିତ, ଏକାନ୍ତରେ ରହିବାର ସ୍ବଭାବ ହୋଇଥିବା ଓ ନିୟମିତ ଭୋଜନ କରୁଥିବା ଜ୍ଞାନଯୋଗୀ ସାଧକ ଧୈର୍ଯ୍ୟପୂର୍ବକ ଇନ୍ଦ୍ରିୟମାନଙ୍କୁ ନିୟମନ କରି, ଶରୀର, ବାଣୀ ଓ ମନକୁ ବଶରେ ରଖି, ଶବ୍ଦାଦି ବିଷୟଗୁଡିକୁ ତ୍ୟାଗ କରି ଏବଂ ରାଗ-ଦ୍ବେଷ ଛାଡି ନିରନ୍ତର ପରମାତ୍ମାଙ୍କ ଧ୍ୟାନରେ ଲାଗିଥାଏ । ସେ ଅହଂକାର, ଜିଦ୍,ଗର୍ବ, କାମ, କ୍ରୋଧ ଓ ସଂଗ୍ରହକୁ ପରିତ୍ୟାଗ କରି ତଥା ମମତାରହିତ ଓ ଶାନ୍ତ ହୋଇ ବ୍ରହ୍ମପ୍ରାପ୍ତିର ପାତ୍ର ହୋଇଥାଏ ।
🙏🏻ଶ୍ରୀ ଜଗନ୍ନାଥ ଶରଣଂ🙏🏻

Comments

DevOdia

Lingaraj temple

ଆଜିର ଭାଗବତ ବାଣୀ

ଅଁଳା ନବମୀ