ଆଜିର ଭାଗବତ ବାଣୀ
କପିଳ ଭଗବାନ୍ କହୁଛନ୍ତି -
ନିଷ୍କାମଭାବରେ ଶ୍ରଦ୍ଧାପୂର୍ବକ ନିଜର ନିତ୍ୟନୈମିତ୍ତିକ କର୍ତ୍ତବ୍ୟ ପାଳନ କରିବା, ନିତ୍ୟ ହିଂସାରହିତ ଉତ୍ତମ କ୍ରିୟାଯୋଗ ଅନୁଷ୍ଠାନ କରିବା, ମୋର ପ୍ରତିମାକୁ ଦର୍ଶନ,ସ୍ପର୍ଶ, ପୂଜା, ସ୍ତୁତି ଓ ବନ୍ଦନା କରିବା,ସମସ୍ତ ପ୍ରାଣୀମାନଙ୍କ ମଧ୍ୟରେ ମୁଁ ରହିଛି ବୋଲି ଭାବନା ରଖିବା, ଧୈର୍ଯ୍ୟ ଓ ବୈରାଗ୍ୟ ଅବଲମ୍ବନ କରିବା, ମହାପୁରୁଷଙ୍କୁ ଯଥାର୍ଥ ସମ୍ମାନ ଦେବା,ଦୀନଜନଙ୍କ ପ୍ରତି ଦୟା ଓ ସମାନ ସ୍ଥିତିର ବ୍ୟକ୍ତିମାନଙ୍କ ପ୍ରତି ମିତ୍ରଭାବ ପ୍ରଦର୍ଶନ କରିବା, ଯମ-ନିୟମ ପାଳନ କରିବା, ଅଧ୍ୟାତ୍ମଶାସ୍ତ୍ର ଶ୍ରବଣ କରିବା ଓ ଉଚ୍ଚସ୍ବରରେ ମୋର ନାମ କୀର୍ତ୍ତନ କରିବା, ମନର ସରଳତା ରକ୍ଷା କରିବା, ସତପୁରୁଷମାନଙ୍କର ସଙ୍ଗ କରିବା ଏବଂ ଅହଂକାର ତ୍ୟାଗ କରିବା - ଏହା ହିଁ ହେଉଛି ମୋର ଧର୍ମ (ଭାଗବତଧର୍ମ) । ଏହା ଅନୁଷ୍ଠାନ କରୁଥିବା ଭକ୍ତଙ୍କର ଚିତ୍ତ ଅତ୍ୟନ୍ତ ଶୁଦ୍ଧ ହୋଇ ମୋର ଗୁଣଶ୍ରବଣ ମାତ୍ରକେ ଅନାୟାସରେ ମୋଠାରେ ନିବିଷ୍ଟ ହୋଇଯାଏ ।


Comments
Post a Comment